Jump to content

କୋରୋନ୍ ଦ୍ଵୀପ

Coordinates: 11°55′45″N 120°14′30″E / 11.92917°N 120.24167°E / 11.92917; 120.24167
ଉଇକିପିଡ଼ିଆ‌ରୁ
କୋରୋନ୍ ଦ୍ୱୀପ
କାୟାଂଗାନ ହ୍ରଦ ଯିବା ବେଳର ଦୃଶ୍ୟ
କୋରୋନ୍ ଦ୍ୱୀପ is located in Philippines
କୋରୋନ୍ ଦ୍ୱୀପ
କୋରୋନ୍ ଦ୍ୱୀପ
ଫିଲିପାଇନ୍ସରେ ଦ୍ୱୀପର ଅବସ୍ଥିତି
Geography
Coordinates11°55′45″N 120°14′30″E / 11.92917°N 120.24167°E / 11.92917; 120.24167
Archipelagoକାଲାମ୍ୟାନ୍ ଦ୍ୱୀପପୁଞ୍ଜ
Adjacent bodies of waterସୁଲୁ ସମୁଦ୍ର
Area୭୧ km (୨୭.୪ sq mi)
Length୨୦ km (୧୨ mi)
Width୯ km (୫.୬ mi)
Highest elevation୬୦୦ m (୨,୦୦୦ ft) []
Administration
ଅଞ୍ଚଳମିମାରୋପା
ପ୍ରାନ୍ତପାଲାୱାନ
ନଗରକୋରୋନ
Demographics
Population୨୬୪୯ (୨୦୧୦)[]
କାୟାଂଗାନ୍ ହ୍ରଦ ନିକଟସ୍ଥ ଉପସାଗର

କୋରୋନ୍ ଦ୍ୱୀପ (ଇଂରାଜୀ ଭାଷାରେ Coron Island) ଫିଲାପାଇନ୍ସର ଉତ୍ତର ପାଲାୱାନରେସ୍ଥିତ କାଲାମ୍ୟାନ୍ ଦ୍ୱୀପପୁଞ୍ଜର ତୃତୀୟ ବୃହତ୍ତମ ଦ୍ୱୀପ । ଏହି ଦ୍ୱୀପଟି କୋରୋନ୍ ନାମରେ ଏଠାରେ ରହିଥିବା ଏକ ନଗରପାଳିକାର ଅଂଶ ବିଶେଷ । ଫିଲିପାଇନ୍ସର ରାଜଧାନୀ ମାନିଲାଠାରୁ ଏହା ଦକ୍ଷିଣ-ପଶ୍ଚିମ ଦିଗରେ ୩୧୦ କିଲୋମିଟର ଦୂର । ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳର ଅନେକ ଜାପାନୀ ନୌକା ଭାଙ୍ଗି ଏହି ଅଞ୍ଚଳରେ ବୁଡ଼ି ରହିଛନ୍ତି । ସ୍ୱତନ୍ତ୍ର ପରିସଂସ୍ଥା ଯୋଗୁଁ ଏହି ଅଞ୍ଚଳର ସଂରକ୍ଷଣ ପାଇଁ ଅନେକ ନିୟମ ଲାଗୁ କରାଯାଇଛି ।[]

ଏହି ଦ୍ୱୀପ ଓ ଆଖପାଖର ମାଛ ମରା ଅଞ୍ଚଳରେ ଆଦିମ ତାଗବାନୱା ଜନଜାତିର ଲୋକ ବସବାସ କରି ଆସୁଛନ୍ତି । ୧୯୯୮ ମସିହା ଜୁନ୍ ୫ ତାରିଖରେ ଏହି ଜନଜାତି ସରକାରୀ ମାନ୍ୟତା ପାଇଥିଲା ।[] ଏହି କୋରୋନ୍ ନଗରପାଳିକାରେ ବାନୁଆଂଗ୍ ଦାନ୍ ଓ କାବୁଗାଓ ନାମକ ଦୁଇଟି ଉପ-ପ୍ରଶାସନ କ୍ଷେତ୍ର ରହିଛି ।[]

ଭୂଗୋଳ

[ସମ୍ପାଦନା]

ଆଂଶିକ ରୂପେ ବୁଶୁଆଂଗା ଓ କ୍ୟୁଲିଅନ୍ ଦ୍ୱୀପ ମଧ୍ୟରେସ୍ଥିତ କୋରୋନ୍ ଦ୍ୱୀପ ସୁଲୁ ସାଗରରେ କୋରୋନ୍ ଉପସାଗରର ପୂର୍ବ ଭାଗ । ଉତ୍ତର-ଦକ୍ଷିଣ ଦିଗରେ ଏହାର ଦୈର୍ଘ୍ୟ ୨୦ କିଲୋମିଟର ଓ ଏହାର ସବୁଠାରୁ ଅଧିକ ଚଉଡ଼ା ସ୍ଥାନରେ ଏହାର ପ୍ରସ୍ଥ ୯ କିଲୋମିଟର ।

ଏହି ଅଞ୍ଚଳର ୭୦ ଶତକଡ଼ା ଅଞ୍ଚଳରେ ଜୁରାସିକ୍ ଯୁଗର ପ୍ରାଚୀନ ଚୁନପଥରର ପାହାଡ଼ମାନ ରହିଛି । ଦ୍ୱୀପର ଅନ୍ୟ ୨୫% ମାଳ ଅଞ୍ଚଳ ଓ ପ୍ରାୟ ୫% ଅଞ୍ଚଳ ସମଭୂମି । ଏହି ଅଞ୍ଚଳରେ ୧୧ଟି ହ୍ରଦ ମଧ୍ୟ ରହିଛନ୍ତି । ତନ୍ମଧ୍ୟରୁ ୩ଟି ହ୍ରଦର ସମୁଦ୍ର ସହିତ ଭୂତଳ ସଂଯୋଗ ପଥ ରହିଛି । ଉପକୂଳ ଅଞ୍ଚଳରେ କିଛି ହେନ୍ତାଳ ଓ ଲୁଣା ବନ ମଧ୍ୟ ରହିଛି ।[]

କୋରୋନ୍ ଦ୍ୱୀପରେ ଡାଇଭିଂ (ବୁଡ଼) ପର୍ଯ୍ୟଟନ

[ସମ୍ପାଦନା]

ଏଠାକାର ସ୍ୱଚ୍ଛ ଜଳରେ ବୁଡ଼ ପକାଇ ସ୍ନର୍କେଲିଂ କରିହେବ । ସ୍ୱଚ୍ଛ ଜଳ ଯୋଗୁଁ ସମୁଦ୍ର ଜଳ ସ୍ତର ତଳେ ମଧ୍ୟ ୮୦ ଫୁଟ୍ ପର୍ଯ୍ୟନ୍ତ ସହଜରେ ଦେଖିହୁଏ । ସମୁଦ୍ରର ପାଣି ପ୍ରାୟ ଶାନ୍ତ ରୁହେ । ଫିଲିପାଇନ୍ସରେ ଭଙ୍ଗା ଜାହାଜର ଅବଶେଷ ଦେଖିବା ପାଇଁ ବହୁ ଲୋକ ଏଠାରେ ବୁଡ଼ା ଦର୍ଶନ (ଡାଇଭିଂ) କରନ୍ତି । ଏହି ସବୁ ବୁଡ଼ା ଜାହାଜ ରହିଥିବା ସ୍ଥାନର ସର୍ବନିମ୍ନ ଗଭୀରତା ୧୦-୩୦ ଫୁଟ୍ ଓ ସର୍ବାଧିକ ଗଭୀରତା ୧୨୦-୧୪୦ ଫୁଟ୍ ।

ଗୁନ୍ଥର୍ ଗୁମ୍ଫା (ବା କ୍ୟାଥେଡ୍ରାଲ୍ ଗୁମ୍ଫା) ଏହି ସମସ୍ତ ଡାଇଭିଂ ଅଞ୍ଚଳର ପରିସୀମା ମଧ୍ୟରେ ଅବସ୍ଥିତ । ଦିନ ବେଳା ସୂର୍ଯ୍ୟାଲୋକ ଏହି ଗୁମ୍ଫା ଛାତରେ ଥିବା ଛିଦ୍ର ମଧ୍ୟ ଦେଇ ପ୍ରବେଶ କରେ ଓ ଏହାର ଅଭ୍ୟନ୍ତରକୁ ଆଲୋକିତ କରିଥାଏ । ଗୁମ୍ଫା ମଧ୍ୟରେ ବାୟୁ ପ୍ରବାହ ମଧ୍ୟ ହେଉଥିବାର ବୁଡ଼ ପକାଇ ଏହି ଗୁମ୍ଫା ମଧ୍ୟରେ ବାହାରି ହେବ । ଗୁନ୍ଥର୍ ବର୍ଣ୍ଣେଟ୍‍ଙ୍କ ନାମାନୁସାରେ ଏହି ଗୁମ୍ଫାର ନାମ ରଖାଯାଇଛି । ସ୍ଥାନୀୟ ମାଛ ଧରାଳିଙ୍କଠାରୁ ଶୁଣି ସର୍ବ ପ୍ରଥମେ ଯେଉଁ କିଛି ବ୍ୟକ୍ତି ଏଠାରେ ବୁଡ଼ ପକାଇଥିଲେ ଗୁନ୍ଥର୍ ସେହି ଦଳର ସଦସ୍ୟ ଥିଲେ ।

କୋରୋନ୍‍ର ଯୁଦ୍ଧ ଭଗ୍ନାବଶେଷ ଅଞ୍ଚଳମାନଙ୍କ ମଧ୍ୟରେ ଆକିତ୍ସୁଶିମା, ଇରାକୋ, କୋଗ୍ୟୋ ମାରୁ, କ୍ୟୋକୁଜାନ ମାରୁ, ନାନ୍‍ଶିନ୍ ମାରୁ, ଓକିକାୱା ମାରୁ, ଓଲିମ୍ପିଆ ମାରୁ, ଲୁସଂଙ୍ଗ ପୋତ, ପୂର୍ବ ତଙ୍ଗାତ ପୋତ ଓ କଙ୍କାଳ ଅବଶେଷ ପ୍ରଭୃତି ସ୍ଥାନ ରହିଛି । କିଛି ଓଲନ୍ଦାଜ ବୁଡ଼ପକାଳି ନିକଟ ଅତୀତରେ ତେରୁକାଜେ ଜାହାଜର ଭଗ୍ନାବଶେଷ ଆବିଷ୍କାର କରିଥିଲେ । କୋରୋନ୍ ଦ୍ୱୀପ ନିକଟରେ ବୁଡ଼ି ଯାଇଥିବା ଜାପାନୀ ଜାହାଜର ଦୃଶ୍ୟକୁ ଫୋର୍ବସ୍ ଟ୍ରାଭେଲର୍ ପତ୍ରିକା ବିଶ୍ୱର ଦଶଟି ଶ୍ରେଷ୍ଠ ସ୍କୁବା ଡାଇଭିଂ ଅଞ୍ଚଳ ମଧ୍ୟରେ ପରିଗଣିତ କରିଥିଲା ।[][]

ଅନ୍ୟ ଆକର୍ଷଣ

[ସମ୍ପାଦନା]

ବିଗତ ଦଶନ୍ଧିରେ କୋରୋନ୍ ଦ୍ୱୀପ କେବଳ ଡାଇଭିଂ ପାଇଁ ନୁହେଁ ବରଂ ଇକୋ-ଟୁରିଜମ୍ ପାଇଁ ପରିଚିତ ହୋଇ ଉଠିଲାଣି । ଆୟ ବଢ଼ୁଥିବାରୁ କୋରୋନ୍ ଦ୍ୱୀପରେ ସ୍ଥାନୀୟ ଫିଲିପିନୋ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋରୋନ୍ ଦ୍ୱୀପର କିଛି ସ୍ଥାନ ପର୍ଯ୍ୟଟକଙ୍କ ଗହଣରେ ବେଶ ଲୋକପ୍ରିୟ ।

  • କାୟାଂଗାନ୍ ହ୍ରଦ[]
  • ଲୁଲୁୟୁଆନ୍ ବାରାକୁଦା ହ୍ରଦ[]
  • ଯୁଗଳ ହ୍ରଦ[]

ଚିତ୍ର ଗ୍ୟାଲେରି

[ସମ୍ପାଦନା]

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. ୧.୦ ୧.୧ ୧.୨ ୧.୩ ୧.୪ "Coron Island Natural Biotic Area". World Heritage Centre: Tentative lists. UNESCO. Retrieved 16 February 2016.
  2. "Total Population by Province, City, Municipality and Barangay: as of May 1, 2010" (PDF). 2010 Census of Population and Housing. National Statistics Office. Archived from the original (PDF) on 15 November 2012. Retrieved 16 February 2016.
  3. "Manila Standard". Retrieved 20 April 2017.
  4. "canada.com - Page Not Found". Retrieved 20 April 2017 – via Canada.com. {{cite web}}: Cite uses generic title (help)
  5. "Get the important info on Kayangan Lake before you go". Unofficialguide.ph. Archived from the original on 11 November 2019. Retrieved 20 September 2018.
  6. "Photo Story: Barracuda Lake". Unofficialguide.ph. Archived from the original on 13 August 2020. Retrieved 25 September 2018.
  7. "Photo Story: Coron's Amazing Twin Lagoons". Unofficialguide.ph. Archived from the original on 21 December 2019. Retrieved 23 September 2018.
  8. Ferdz (11 July 2008). "Coron: Scenic Kayangan Lake". Archived from the original on 28 January 2016. Retrieved 20 April 2017.
  9. "Kayangan Lake (Coron, Philippines): Top Tips Before You Go - TripAdvisor". Retrieved 20 April 2017.

ଅନ୍ୟାନ୍ୟ ଲିଂକ୍

[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ Coron Island-ସମ୍ପର୍କିତ ମିଡ଼ିଆ